ଭୁବନେଶ୍ୱର: ଦେଶରେ କରୋନା ଭାଇରସ୍କୁ ନେଇ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଟେଲିକମ୍ କମ୍ପାନୀଗୁଡ଼ିକ ନିଜର ଗ୍ରାହକଙ୍କ ନାନା ପ୍ରକାର ସୁବିଧା ଆଣିଛନ୍ତି। କିଏ ଫ୍ରି ପ୍ଲାନ୍ ଆଣିଛି ତ ଆଉ କିଏ ଦେଉଛି ନୂଆ ସୁବିଧା। ତେବେ କେଉଁ କମ୍ପାନୀ କଣ ନୂଆ ପ୍ଲାନ୍ ନେଇ ଆସିଛି ଆସନ୍ତୁ ଜାଣିବା
ମାର୍ଚ୍ଚ ୨୨ ତାରିଖରୁ ସାରା ଦେଶରେ ଲକ୍ ଡାଉନ୍ ସମୟ ଚାଲିଛି। ଏହା ଏପ୍ରିଲ୍ ୧୪ରେ ଶେଷ ହେବ। ଏହି ଲକ୍ଡାଉନ୍ ସମୟରେ ଯଦି କୌଣସି BSNL ଗ୍ରାହକଙ୍କର ଭ୍ୟାଲିଡିଟି ସରିଯାଏ, ତେବେ ଗ୍ରାହକଙ୍କ ପାଇଁ କମ୍ପାନୀ ଏପ୍ରିଲ୍ ୨୦ ତାରିଖ ପର୍ଯ୍ୟନ୍ତ ମାଗଣା କଲ୍ ରିସିଭ୍ ସୁବିଧା ଯୋଗାଇ ଦେବ। ଏଥିସହିତ ଜିରୋ ବାଲାନ୍ସ ଥିବା ଆକାଉଣ୍ଟରେ ୧୦ ଟଙ୍କା ବାଲାନ୍ସ ଦେବାକୁ ଘୋଷଣା କରିଛି କମ୍ପାନୀ। ଏଭଳି ଜରୁରୀକାଳୀନ ପରିସ୍ଥିତିରେ ବିଏସ୍ଏନ୍ ଗ୍ରାହକ ପରସ୍ପରରେ ସହିତ ଯୋଡ଼ି ହୋଇ ରହିବାକୁ କମ୍ପାନୀ ଏହି ସୁବିଧା ଦେଇଛି। ବିଏସ୍ଏନ୍ଏଲ୍ ଆପ୍ ଓ ୱେବ୍ସାଇଟ୍ର ବିଭିନ୍ନ ବିକଳ୍ପ ବାଛି ଗ୍ରାହକ ତାଙ୍କ ଆକାଉଣ୍ଟ ରିଚାର୍ଜ କରିପାରିବେ ବୋଲି ବିଏସ୍ଏନ୍ଏଲ୍ ପ୍ରଭୀନ କୁମାର କହିଛନ୍ତି।
ରିଲିୟାନ୍ସ ଜିଓ
କରୋନା ପରିସ୍ଥିତିକୁ ନଜରରେ ରଖି ଜିଓ ମଧ୍ୟ ଗ୍ରାହକଙ୍କ ପାଇଁ ସୁଲଭ ମୂଲ୍ୟରେ କେତୋଟି ପ୍ରିପେଡ୍ ପ୍ଲାନ୍ସ ଆଣିଛି। ପ୍ରତିଦିନ 2GB ଡାଟାର ୨୪୯, ୪୪୪ ଓ ୫୨୯ ମୂଲ୍ୟର ୩ଟି ପ୍ଲାନ ଯୋଗାଉଛି ଜିଓ। ଏଥିସହିତ ଗ୍ରାହକ ଜିଓ ଆପ୍ରେ ଫ୍ରି ସବ୍ସ୍କ୍ରାଇବ୍ ସୁବିଧା ପାଇପାରିବେ।
କରୋନା ପରିସ୍ଥିତିକୁ ନଜରରେ ରଖି ଜିଓ ମଧ୍ୟ ଗ୍ରାହକଙ୍କ ପାଇଁ ସୁଲଭ ମୂଲ୍ୟରେ କେତୋଟି ପ୍ରିପେଡ୍ ପ୍ଲାନ୍ସ ଆଣିଛି। ପ୍ରତିଦିନ 2GB ଡାଟାର ୨୪୯, ୪୪୪ ଓ ୫୨୯ ମୂଲ୍ୟର ୩ଟି ପ୍ଲାନ ଯୋଗାଉଛି ଜିଓ। ଏଥିସହିତ ଗ୍ରାହକ ଜିଓ ଆପ୍ରେ ଫ୍ରି ସବ୍ସ୍କ୍ରାଇବ୍ ସୁବିଧା ପାଇପାରିବେ।
୪୪୪ ଟଙ୍କାରେ ଜିଓକୁ ଜିଓ ମାଗଣା କଲ୍ ସହିତ ଅନ୍ୟ ନେଟ୍ୱାର୍କକୁ କଲ୍ କଲେ ୨ ହଜାର ମିନିଟ୍ ଟକ୍ଟାଇମ୍ ସୁବିଧା ଦିଆଯାଉଛି। ଏହାର ବୈଦ୍ଧତା ୫୬ ଦିନ ପର୍ଯ୍ୟନ୍ତ ରହିବ। ସେହିଭଳି ପ୍ରତିଦିନ 2GB ଡାଟି ମିଳୁଥିବା ୫୯୯ ପ୍ୟାକ୍ର ବୈଦ୍ଧତା ୮୪ ଦିନ ଥିବା ବେଳେ ଜିଓକୁ ଜିଓ ମାଗଣା କଲ୍ ଓ ଅନ୍ୟ ନମ୍ବରକୁ କଲ୍ କଲେ ୩ ହଜାର ମିନିଟ୍ ଫ୍ରି ମିଳିବ।
ଭୋଡାଫୋନ୍
ପ୍ରତିଦିନ 2GB ଡାଟାଯୁକ୍ତ ୨୯୯, ୪୯୯ ଓ ୬୯୯ ମୂଲ୍ୟର ୩ଟି ନୂଆ ପ୍ଲାନ ଆଣିଛି ଭୋଡ଼ାପୋନ୍।
୨୯୯ ପ୍ଲାନ୍ରେ ପ୍ରତିଦିନ 2GB ଡାଟା ସହିତ ୧୦୦ ଏସ୍ଏମ୍ଏସ୍ର ସୁବିଧା ରହିଛି। ଏଥିସହିତ ସମସ୍ତ ନେଟ୍ୱାର୍କକୁ ମାଗଣା କଲ୍ ସୁବିଧା ସହିତ ଭୋଡାଫୋନ୍ ପ୍ଲେ ଓ Zee5 ଷ୍ଟ୍ରିମିଂ ଆପ୍ରେ ଫ୍ରି ସବସ୍କ୍ରିପ୍ସନ୍ ସୁବିଧା ଦିଆଯାଉଛି। ଏହାର ବୈଦ୍ଧତା ୨୮ ଦିନ।
୪୪୯ ଓ ୬୯୯ ପ୍ଲାନ୍ରେ ସମାନ ସୁବିଧା ଦିଆଯାଉଥିବା ବେଳେ ୪୪୯ ପ୍ଲାନ୍ରେ ୫୬ ଦିନର ବୈଦ୍ଧତା ଓ ୬୯୯ ପ୍ଲାନ୍ରେ ୮୪ ଦିନର ବୈଦ୍ଧତା ଦିଆଯାଉଛି।
ନିଜର ୮ କୋଟି ପ୍ରିପେଡ୍ ଗ୍ରାହକଙ୍କ ପାଇଁ ଏୟାର୍ଟେଲ୍ ପ୍ରତି ପ୍ଲାନ୍ର ବୈଦ୍ଧତା ଏପ୍ରିଲ୍ ୧୭ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛି। କମ୍ପାନୀର ପ୍ରତ୍ୟେକ ଗ୍ରାହକ ପ୍ଲାନ୍ ସରିଗଲେ ମଧ୍ୟ ଏପ୍ରିଲ୍ ୧୭ ତାରିଖ ପର୍ଯ୍ୟନ୍ତ କଲ୍ ଗ୍ରହଣ କରିପାରିବେ ବୋଲି କମ୍ପାନୀ ଘୋଷଣା କରିଛି। ଏହା ଅତିରିକ୍ତ କଲ୍ ଓ ମେସେଜ୍ କରିବା ପାଇଁ କମ୍ପାନୀ ଗ୍ରାହକଙ୍କୁ ୧୦ ଟଙ୍କା ଲେଖାଏ ଟକ୍ ଟାଇମ୍ ସୁବିଧା ଦେଉଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଗ୍ରାହକ ଏହି ସୁବିଧା ପାଇପାରିବେ।
0 Comments