ଭୁବନେଶ୍ୱର:: ‘କରୋନା’ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨୨୦୦ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି। ଗରିବ, ଖଟିଖିଆ, ଶ୍ରମିକଙ୍କ ପାଇଁ ଏହି ପ୍ୟାକେଜ ଘୋଷଣା ହୋଇଛି। ଭିଡିଓ ଜରିଆରେ ପ୍ୟାକେଜ ଘୋଷଣା କରି ମୁଖ୍ୟମନ୍ତ୍ରୀ ଖାଦ୍ୟ ସୁରକ୍ଷା ଯୋଜନାରେ ୩ ମାସର ରାସନ ଆଗୁଆ ମିଳୁଛି ବୋଲି କହିଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି-“ରାଜ୍ୟର ୯୪ ଲକ୍ଷ ପରିବାରକୁ ୧ ହଜାର ଟଙ୍କା ଲେଖାଏଁ ସହାୟତା ମିଳିବ। ସହାୟତା ବାବଦକୁ ମୋଟ ୯୪୦ କୋଟି ଟଙ୍କା ଖର୍ଚ୍ଚ ହେବ। ସାମାଜିକ ସୁରକ୍ଷାରେ ୪ ମାସର ଭତ୍ତା ହିତାଧିକାରୀଙ୍କୁ ଆଗୁଆ ମିଳୁଛି। ବୃଦ୍ଧବୃଦ୍ଧା, ବିଧବା ଓ ଭିନ୍ନକ୍ଷମଙ୍କୁ ୪ ମାସର ଭତ୍ତା ଆଗୁଆ ମିଳୁଛି। ୪ ମାସର ଆଗୁଆ ଭତ୍ତା ପାଇଁ ୯୩୨ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟର ୨୨ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ମଧ୍ୟ ଆର୍ଥିକ ସହାୟତା ମିଳିବ। ୨୨ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୧୫ ଶହ ଟଙ୍କା ଲେଖାଏଁ ସହାୟତା ମିଳିବ। ନିର୍ମାଣ ଶ୍ରମିକଙ୍କୁ ସହାୟତା ବାବଦରେ ୩୩୦ କୋଟି ଖର୍ଚ୍ଚ ହେବ।
0 Comments